ଝାରସୁଗୁଡା,ଏନ୍ଏନ୍ଏସ୍: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜିଠାରୁ ବିମାନ ଚଳାଚଳ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି। ଏହା ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ପ୍ରଥମ ଦିନରେ ହଟ୍ ଫାୟାର ଡ୍ରିଲ୍ ଅନୁଷ୍ଠିତ ହୋଇଛି। ଏଥିରେ ବିମାନ ବନ୍ଦରରେ କୌଣସି କାରଣ ବସତଃ ନିଆଁ ଲାଗିରେ ଏଥିରୁ କିପରି ଯାତ୍ରୀ ତଥା ବିମାନ ବନ୍ଦରକୁ ସୁରକ୍ଷିତ ରଖାଯାଇ ପାରିବ ସେନେଇ ଅଭ୍ୟାସ କରାଯଇଛି। କେଉଁଠାରେ କେଉଁ ଉପକରଣ ବ୍ୟବହାର କରାଯିବ ସେନେଇ ବିମାନ ବନ୍ଦରର ପ୍ରତ୍ୟେକ କର୍ମଚାରୀଙ୍କୁ ଅବଗତ କରାଯାଇଛି। ଏହି ଅବସରରେ ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି, ବିମାନ ବନ୍ଦର ସୁରକ୍ଷା କର୍ମଚାରୀ, ଦମକଳ ବାହୀନି ଓ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।