ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ପ୍ରତାରିତ କରିଥିବା ଯୁବକ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବଡ଼ମାଲ ଥାନା ଅଞ୍ଚଳରେ ଜଣେ ଯୁବତୀକୁ ବିବାହ ପ୍ରତିଶ୍ରୁତିଦେଇ ଶାରୀରିକ ସମ୍ପର୍କ ରଖିବାପରେ ପ୍ରତାରିତ କରିଥିବା ଜଣେ ଯୁବକକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ସୋନପୁର ଜିଲ୍ଲା ସବୁଳୟା ଗ୍ରାମର କିଶୋର ତନ୍ତୀ(୩୫) ବୋଲି ବଡମାଲ ପୁଲିସ ସୂଚନା ଦେଇଛି। ସୂଚନା ଅନଯାୟୀ, ବେଦାନ୍ତ କାରଖାନରେ ହାଉସ କିପିଂ କାମ କରୁଥିବା ୨୭ ବର୍ଷିୟା ଯୁବତୀ ସହିତ ଡ୍ରାଇଭର କିଶୋରର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଉଭୟେ ବୃନ୍ଦାମାଲ ଠାରେ ଭଡ଼ାଘରେ ସ୍ୱାମୀ, ସ୍ତ୍ରୀ ଭାବରେ ରହି ଆସୁଥିଲେ। ଫଳରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ।

ଏହାପରେ ଯୁବତୀ ଜଣକ ବାହା ହେବାପାଇଁ କହିବାରୁ କିଶୋର ଫେରାର ହୋଇଯାଇଥିଲା। ପରେ ଯୁବତୀ ଜଣକ କିଶୋରର ପୂର୍ବରୁ ଗାଁରେ ସ୍ତ୍ରୀ ଓ ପିଲାଛୁଆ ଥିବା ଜାଣିବାପେର ପ୍ରତାରଣାର ଶିକାର ହୋଇଥିବା ଜାଣିବାକୁ ପାଇଲେ। ଏନେଇ ସେ ଗତ ମେ ମାସ ୨୬ ତାରିଖରେ ବଡ଼ମାଲ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ। କିଶୋର ଲକଡ଼ାଉନ ସମୟରେ ଚେନ୍ନାଇରେ ରହିକାମ କରିଆସୁଥିବାବେଳେ ଲୁଚିଛପି ଗତକାଲି ବଡ଼ାମାଲକୁ ତାଙ୍କ ଜଣେ ସମ୍ପର୍କୀୟ ଘରକୁ ଆସିଥିବାବେଳେ ଖବରପାଇ ବଡ଼ମାଲ ପୁଲିସ ଚଢ଼ଉକରି ତାକୁ ଗିରଫ କରିବାରେ ସଫଳ ହୋଇଥିଲ।