ଗଞ୍ଜେଇ ଗାଡ଼ି ଜବତ, ୪ ଗିରଫ

ଖଜୁରିପଡା,ଫୁଲବାଣୀ, ଏନ୍ଏନ୍ଏସ୍: ଆଜି ସକାଳେ ଖଜୁରିପଡ଼ା ପୁଲିସ୍ ଏକ କାରକୁ ଅଟକ ରଖି ତନଖୀ ବେଳେ ସେଥିରୁ ୧୨ କିଲୋ ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ୪ଜଣକୁ ପୁଲିସ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲାର ସନ୍ତୋଷ କୁମାର ରାଉତ, ସଞ୍ଜୟକୁମାର ମହାରଣା, ଚିତ୍ତରଞ୍ଜନ ସାହୁ ଏବଂ ସୁଧାକର ମହାରଣା । ଏ ସଂକ୍ରାନ୍ତରେ ଖଜୁରିପଡା ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇ ଥିବା ଥାନା ଅଧିକାରୀ ରମାକାନ୍ତ ପାତ୍ର ସୂଚନା ଦେଇଛନ୍ତି।