ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ରାଇକିଆରେ ବିଭିନ୍ନ କାର୍ଯ୍ୟକ୍ରମ

ରାଇକିଆ,ଏନ୍‌ଏନ୍‌ଏସ୍‌: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ରାଇକିଆ ସହରର ବିଭିନ୍ନ ସ୍ଥାନରେ ଭବ୍ୟ କାର୍ଯ୍ୟକ୍ରମର ଅୟୋଜନ କରାଯାଇଛି । ଆକର୍ଷଣୀୟ ତୋରଣ ସାଙ୍ଗକୁ ପୂର୍ବ ନିର୍ଦ୍ଧାରିତ ପ୍ରାଣ ପ୍ରତିଷ୍ଠା ସମୟରେ ପୂଜାର୍ଚ୍ଚନା କରାଯାଇଥିଲା । ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ପୂଜା କମିଟି, ବିଜୟ ବଜାର ଓ ବେରେଡ଼ାକିଆ କମିଟି ତରଫରୁ ବ୍ୟାପକ ଅୟୋଜନ କରାଯାଇଥିଲା । ଏକ ବିଶାଳ ଶୋଭାଯାତ୍ରା ଶିବ ମନ୍ଦିରରୁ ବାହାରି ବେରେଡ଼ାକିଆ ପର୍ଯ୍ୟନ୍ତ ସହର ପରିକ୍ରମା କରିଥିଲା। ଟେଲିଭିଜନ ମାଧ୍ୟମରେ ସର୍ବସାଧାରଣଙ୍କ ପାଇଁ ଅଯୋଧ୍ୟା କାର୍ଯ୍ୟକ୍ରମର ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଥିଲା । ଦିନ ତମାମ୍ ବିଭିନ୍ନ ସଂଗଠନ ତରଫରୁ ପଣା ବଣ୍ଟନ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସରସ୍ୱତୀ ଶିଶୁ ମନ୍ଦିରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା ।