ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ଅଯୋଦ୍ଧାରେ ଓହ୍ଲାଇଲା ୧୦୦ ବିମାନ

ନୂଆଦିଲ୍ଲୀ: ଅଯୋଦ୍ଧାରେ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ସମ୍ପନ୍ନ ହୋଇଛି । ଏହି ଅବସରରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଅଯୋଦ୍ଧା ପହଞ୍ଚିଥିଲେ । ଫଳରେ ଅଯୋଦ୍ଧା ଏୟାରପୋର୍ଟରେ ଭିଡ଼ ଜମିଥିଲା । ସୋମବାର ପାଖାପାଖି ୧୦୦ଟି ଚାଟାର୍ଡ ଫ୍ଲାଇଟ୍ ଅଯୋଦ୍ଧାରେ ଅବତରଣ କରିଥିଲା । ଏହାସହ ସ୍ୱାଇଶଜେଟ୍ ଏୟାରଲାଇନ୍ ଅଯୋଦ୍ଧା ପାଇଁ ଖାସ୍ ସେଲ୍ ଲଞ୍ଚ କରିଛି । ଏଥିରେ ଟିକେଟ ମୂଲ୍ୟ ୧୬୨୨ ଟଙ୍କାରୁ ଆରମ୍ଭ ହେବ । ଏୟାରଲାଇନ ଅନେକ ନୂଆ ସହରରୁ ଅଯୋଦ୍ଧା ପାଇଁ ବିମାନ ଘୋଷଣା କରିଛି ଯାହାକି ଫେବୃଆରୀରୁ ଆରମ୍ଭ ହେବ । ଏନେଇ ସ୍ୱାଇଶଜେଟ୍ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସୂଚନା ପ୍ରଦାନ କରିଛି ।