ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଏବେ ଦ୍ରୁତ ଗତିରେ ଆଗେଇ ଚାଲିଛି। ବର୍ତ୍ତମାନ ସୁଦ୍ଧା ୫୨ କୋଟିରୁ ଉର୍ଦ୍ଧ୍ୱ ଟିକାକରଣ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଅ।।ଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଭାରତରେ କରୋନା ଟିକାକରଣ ଅଭିଯାନ ଅନ୍ତର୍ଗତ ୧୦ କୋଟି ଡୋଜ୍ ପହଁଞ୍ଚିବା ପାଇଁ ୮୫ ଦିନ ଲାଗିଥିଲା। ପରେ ୨୦ କୋଟି ପାର କରିବା ପାଇଁ ୪୫ ଦିନ ଓ ୩୦ କୋଟି ଛୁଇଁବା ଲାଗି ୨୯ ଦିନ ଲାଗିଥିଲା। ଆଉ ୩୦ କୋଟିରୁ ୪୦ କୋଟି ପହଂଚିବା ପାଇଁ ୨୪ ଦିନ ଏବଂ ଅଗଷ୍ଟ ୬ ତାରିଖରେ ୫୦ କୋଟି ଟିକାକରଣ ପାର କରିବା ପାଇଁ ୨୦ ଦିନ ସମୟ ଲାଗିଥିଲା। ଏଥିସହିତ ଅଗଷ୍ଟ ୯ ତାରିଖରେ ଏହି ସଂଖ୍ୟା ୫୧ କୋଟି ଟପି ଯାଇଛି।