ଦିନ ଦିପହରରେ ଘରେ ପଶି ଲୁଟିନେଲେ ଦୁର୍ବୃତ୍ତ; ୮୦ ହଜାର ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡିଆନାଳି ଗ୍ରାମରେ ଆଜି ଦିନ ଦିପହରରେ ଲୁଟପାଟ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଡିଆନାଳ ଗ୍ରାମର ନେତ୍ରାନନ୍ଦ ମହାନ୍ତ ଘରର ଆଲମିରା ଭାଙ୍ଗି ୮୦ ହଜାର ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁସାରେ ଆଜି ନେତ୍ରାନନ୍ଦଙ୍କ ଘରେ କେହି ନଥିବା ବେଳେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ଘରର ଚାବି ଭାଙ୍ଗି ଘରେ ପଶି ଆଲମିରା ଭାଙ୍ଗି ଲୁଟ କରିଛନ୍ତି। ଖବର ପାଇ ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ଅଞ୍ଚଳରେ ଛାନଭିନ୍ ଜାରି ରଖିଛି।