ଡୁମୁରିପୁଟ ପିଏଚସିରେ କୋଭିଡ ଟିକାକରଣ

କୋରାପୁଟ,ଏନ୍ଏନ୍ଏସ୍: ସଦର ବ୍ଲକ୍ ପଦ୍ମପୁର ପଞ୍ଚାୟତର ଡୁମୁରିପୁଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବରିଷ୍ଠ ନାଗରିକଙ୍କୁ କୋଭିଡ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପଞ୍ଚାୟତର ବିଭିନ୍ନ ଗ୍ରାମର ୩୦୦ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରାଯାଇଛି। ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଡୁମୁରିପୁଟ ପିଏଚସିର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଟିକାକରଣ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଦେଖିବାକୁ ମିଳିଛି।