ଦିଲ୍ଲୀ-ଦେହରାଦୁନ ଶତାଦ୍ଦୀ ଏକ୍ସପ୍ରେସର ବଗିରେ ନିଆଁ

ନୂଆଦିଲ୍ଲୀ: ଦିଲ୍ଲୀରୁ ଦେହରାଦୁନ ଯାଉଥିବା ଦିଲ୍ଲୀ-ଦେହରାଦୁନ ଶତାଦ୍ଦୀ ଏକ୍ସପ୍ରେସର ବଗିରେ ନିଆଁ ଲାଗିଯାଇଛି। ରଜାଜୀ ଟାଇଗର ରିଜର୍ଭର କାଁସରୋ ଷ୍ଟେସନ ପାଖରେ ଏହି ଦୁର୍ଘଟଣା ଘଟିଛି। ଯେଉଁ କୋଚରେ ନିଆଁ ଲାଗିଛି ତାକୁ ଅଲଗା କରାଯାଇଛି। ଘଟଣାସ୍ଥଳରେ କାଁସରୋ ରେଞ୍ଜର ଓ ଅନ୍ୟ କର୍ମଚାରୀ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସର୍ଟ-ସର୍କିଟ ଯୋଗୁ ନିଆଁ ଲାଗିଥିବା ଜଣାପଡ଼ିଛି।

ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର କହିଛନ୍ତି ଯେ, ଦିଲ୍ଲୀ-ଦେହରାଦୁନ ଶତାଦ୍ଦୀ ଏକ୍ସପ୍ରେସର ସି-୪ କମ୍ପାର୍ଟମେଣ୍ଟରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଶତାଦ୍ଦୀ ଏକ୍ସପ୍ରେସ ଦେହରାଦୁନ ଷ୍ଟେସନ ପହଞ୍ଚିଯାଇଛି।