ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ଜିଲ୍ଲାପାଳ ଅବଦ୍ଦଲ୍ ଏମ୍ ଅଖତାର ଓ ଅବକାରୀ ଅଧୀକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲ୍ଲାରେ ଅବକାରୀ ବିଭାଗ ଚୋରା ମଦ ଓ ଗଞ୍ଜେଇ କାରବାର ରୋକିବାକୁ ଅହରହ ପ୍ରୟାଶ ଜାରି ରଖିଛି। ଏହି କ୍ରମରେ ଗତକାଲି ଅବକାରୀ ନିରୀକ୍ଷକ ତେଜରାଜ ଯାନୀଙ୍କ ନେତୃତ୍ୱରେ କୋରାପୁଟ ଟାଉନ୍ ଥାନା ଅନ୍ତର୍ଗତ ରେଳ ଷ୍ଟେସନ-ଡାଙ୍ଗଦେଉଳା ରାସ୍ତାରେ ଏକ ମୋଟର ସାଇକଲକୁ ଅଟକାଇ ଯାଞ୍ଚ୍ କରିଥିଲେ। ଯାଞ୍ଚ ସମୟରେ ଅଭିଳାଷ ବେହେରା ନାମକ ଜଣେ ବ୍ୟକ୍ତି ଏକ ମୋଟର ସାଇକଲରେ ୧୮ କିଲୋଗ୍ରାମ୍ ଗଞ୍ଜେଇ ନେଉଥିବାବେଳେ ଧରା ପଡ଼ିଥିଲେ। ଅବକାରୀ ଟିମ୍ ଉକ୍ତ ଗଞ୍ଜେଇ ଓ ମୋଟର ସାଇକଲ୍ ଜବତ କରିବା ସହ ଚୋରା ଗଞ୍ଜେଇ ଚାଲାଣ କରୁଥିବା ଅଭିଳାଷକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ନିରୀକ୍ଷକ ଶ୍ରୀ ଯାନୀ ସୂଚନା ଦେଇଛନ୍ତି। ଏହି ଚଢ଼ଉରେ ଅବକାରୀ ସବଇନ୍ସପେକ୍ଟର ବିବେକାନନ୍ଦ ପେରେଇ, ଏଏସଆଇ ଅରପଲୋକ ଦାଶ,କନେଷ୍ଟବଳ ଆର୍ ଭେଙ୍କେଟେଶ୍ କୁମାର, ପ୍ରଶାନ୍ତ କୁମାର ନାୟକ, ତ୍ରିଲୋଚନା ରାୟଚେଟ୍ଟୀ, କପିଳ ସାହୁ ଓ ପ୍ରଦୀପ ଦଳେଇ ସାମିଲ ହୋଇଥିଲେ।