୨୦୬ ବୟୋଜ୍ୟୋଷ୍ଠଙ୍କୁ କରୋନା ଟିକା

ନିଶ୍ଚିନ୍ତକୋଇଲି, ଏନ୍ଏନ୍ଏସ୍: ନିଶ୍ଚିନ୍ତକୋଇଲି ବ୍ଲକ୍ ର ୪୧ଟି ପଞ୍ଚାୟତରେ ୬୦ ବର୍ଷରୁ ଅଧିକ ବ୍ୟକ୍ତିମାନଙ୍କୁ ମାଗଣା କରୋନା ଟିକା ଦେବାପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୬୩ ଜଣ ବୟୋଜ୍ୟୋଷ୍ଠଙ୍କୁ ଟିକା ଦିଆଯାଇ ଥିବାବେଳେ ଅସୁରେଶ୍ୱର ପଞ୍ଚାୟତରେ ୧୪୩ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ଅନ୍ୟାନ୍ୟ ପଞ୍ଚାୟତରେ ପର୍ଯ୍ୟାୟକ୍ରମେ ଟିକା ଦିଆଯିବ ବୋଲି ଚିିକିତ୍ସାଧିକାରୀ ଅମିତ୍ କୁମାର ଜେନା କହିଛନ୍ତି।