ଜିଲ୍ଲାପାଳଙ୍କ ପାଟଣା ବ୍ଲକ୍ ଗସ୍ତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ମଙ୍ଗଳବାର ପାଟଣା ବ୍ଲକ୍ ଗସ୍ତରେ ଆସି କେନ୍ଦେଇପଶି ଠାରେ ନିର୍ମାଣଧୀନ ଆଦର୍ଶ ବିଦ୍ୟାଳୟ ଓ କଣ୍ଟିଆପଡା ପଞ୍ଚାୟତ ବଲାଣିପଶିର ଜହ୍ନେଇ ନାଳ ଉପରେ ୨ କୋଟି ଟଙ୍କା ବ୍ୟୟରେ ନିର୍ମାଣଧୀନ ପୋଲ ବୁଲି ଦେଖିଥିଲେ। ଏହାସହ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ସହିତ ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକ, ବ୍ଲକ୍ ସହକାରୀ ଯନ୍ତ୍ରୀ ପୁରୁଷୋତ୍ତମ ସାହୁ, ଏପିଓ ମଧୁସୂଦନ ବେହେରା, ଆରଡି ଯନ୍ତ୍ରୀ ଦେବବ୍ରତ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।