ଆସନ୍ତାକାଲିଠାରୁ ୨୫୭ଜଣ କରୋନା ଯୋଦ୍ଧାଙ୍କୁ ଟିକାକରଣ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆସନ୍ତାକାଲି ଠାରୁ ଟିକାକରଣ ହେବ। ମୋଟ ୨୫୭ଜଣ କରୋନା ଯୋଦ୍ଧା ଟିକା ନେବା ପାଇଁ ନାମ ପଞ୍ଜିକରଣ କରିଛନ୍ତି। ସୋମବାର ଠାରୁ ଶୁକ୍ରବାର ମଧ୍ୟରେ ଏହି ୨୫୭ ଜଣଙ୍କୁ ଟିକାକରଣ କରାଯିବା ପାଇଁ ସ୍ୱାସ୍ଥ୍ୟବିଭାଗ ତରଫରୁ ନିଷ୍ପତି ନିଆଯାଇଛି। ପଞ୍ଜିକୃତ ହୋଇଥିବା ତାଲିକାରେ ରହିଛନ୍ତି ଆଗ ଧାଡ଼ିର ଯୋଦ୍ଧା ତଥା ଡାକ୍ତର, ଡାକ୍ତର ଖାନାରେ କାର୍ଯ୍ୟରତ କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ ଏବଂ ଆଶାକର୍ମୀ।