ଗ୍ରାମାଞ୍ଚଳରେ କୁଷ୍ଠ ଓ ଛଉ ରୋଗ ଚିହ୍ନଟ ପାଇଁ ଗଡ଼ିଲା ରଥ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ୨୦ ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ କୁଷ୍ଠ ଓ ଛଉ ରୋଗ ଚିହ୍ନଟପାଇଁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ରବିବାର ଶାମ୍ବରଥର ଶୁଭାରମ୍ଭ ହୋଇଛି। ଏହି ରଥକୁ ମେଡିକାଲର ମୁଖ୍ୟ ଚିକିତ୍ସାଧିକାରୀ ଚିତ୍ତରଞ୍ଜନ ନାଏକ ଶୁଭାରମ୍ଭ କରିଥିଲେ। ଏହି ରଥ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ସଚେତନ କରାଇବ। ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡା. ଶୁଭେନ୍ଦୁ ସାଗର ନାଏକ, ସରୋଜିନୀ ସେଠୀ, ପ୍ରଦୀପ କୁମାର ଦାଶ, ବିରବର ନାଏକଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ରଥର ଶୁଭାରମ୍ଭ କରିଥିଲେ।