ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ: ମହିଳାଙ୍କୁ ଫଟା ଜିନ୍ସରେ ଦେଖି ଆଶ୍ଚର୍ଯ୍ୟ ଲାଗେ

ଦେହରାଦୁନ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ ମହିଳାଙ୍କ କପଡ଼ାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଝିଅଙ୍କୁ ଫଟା ଜିନ୍ସରେ ଦେଖି ଆଶ୍ଚର୍ଯ୍ୟ ଲାଗେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ସମାଜକୁ କିପରିି ବାର୍ତ୍ତା ଯାଉଥିବ ବୋଲି ତାଙ୍କ ମନରେ ପ୍ରଶ୍ନ ଉଠିଥାଏ।

ତୀରଥ ସିଂ ରାୱତ କହିଛନ୍ତି ଯେ, ଏକଦା ମୁଁ ଜୟପୁରରୁ ଉଡ଼ାଜାହାଜରେ ଆସୁଥିଲି। ମୋ ପାଖରେ ଜଣେ ଭଉଣୀ ବସିଥିଲେ। ମୁଁ ଯେତେବେଳେ ତାଙ୍କ ଆଡ଼କୁ ଚାହିଁଲି ତଳେ ଗମବୁଟ ଥିଲା। ଯେତେବେଳେ ଆଉ ଟିକେ ଉପରକୁ ଦେଖିଲି ଆଣ୍ଠୁ ପାଖରେ ଜିନ୍ସ ଫାଟି ଯାଇଥିଲା। ସାଥୀରେ ୨ ଜଣ ପିଲା ଥିଲେ। ମହିଳା ଜଣକ ଏନଜିଓ ଚଲାନ୍ତି। ମୁଁ କହିଲି, ସମାଜ ମଧ୍ୟରେ ଫଟା ଆଣ୍ଠୁ ଦେଖାଉଛନ୍ତି, ପିଲା ସାଥୀରେ ଅଛନ୍ତି, ଏସବୁ କେମିତିକା ସଂସ୍କାର?