ନାବାଳିକାଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ସହରର ଭୂଲିୟାଟିକ୍ରା ରାସ୍ତାକଡ଼ରୁ ଜଣେ ନାବାଳିକାକୁ ଝାରସୁଗୁଡ଼ା ଚାଇଲ୍ଡ ଲାଇନ ଉଦ୍ଧାର କରି ଏକ ସେଲଟର ହୋମରେ ରଖିଛି। ଏହାସହ ନାବାଳିକାର ପରିବାରବର୍ଗଙ୍କ ସହ ଯୋଗାଯୋଗ କରି ସେମାନେ ଆସିବା ପରେ ତାଙ୍କୁ ହସ୍ତାନ୍ତର କରାଯିବ ବୋଲି ଝାରସୁଗୁଡ଼ା ଚାଇଲ୍ଡ ଲାଇନ କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ନାବାଳିକା ଜଣକ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଚଂଳର ହୋଇଥିବାବେଳେ ପରିବାରବର୍ଗ ସହ ସାମନ୍ୟ ବଚସା ଯୋଗୁ ସେ ଗତକାଲି ଘରୁ ପଳାଇ ଆସି ଝାରସୁଗୁଡ଼ା ଭୁଲିଟିକ୍ରାରେ ପହଞ୍ଚିଥିଲେ। ସେଠାରେ ରାତି ହୋଇଯିବାରୁ ରାସ୍ତା କଡ଼ରେ ବସି କାନ୍ଦିବା ଆରମ୍ଭ କରିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ। ପରେ ଝାରସୁଗୁଡ଼ା ଚାଇଲ୍ଡ ଲାଇନ ସାଖା ସଂଯୋଜକ ଆଶିଷ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଦଳ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ତାଙ୍କ ପରିବାରବର୍ଗଙ୍କୁ ଖବର ଦେଇଛନ୍ତି।