ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମିଙ୍କ ଶପଥ ଗ୍ରହଣ

  • ଉତ୍ତରାଖଣ୍ଡ: ବିଜେପି ବିଧାୟକ ପୁଷ୍କର ସିଂ ଧାମି ରବିବାର ଉତ୍ତରାଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଡେରାଡୁନସ୍ଥିତ ରାଜଭବନଠାରେ ଅନୁଷ୍ଠିତ ଏକ ସମାରୋହରେ ରାଜ୍ୟପାଳ ବେବି ରାଣୀ ମୌର୍ୟ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଶପଥ ଗ୍ରହଣ ସମାରୋହରେ ଉତ୍ତରାଖଣ୍ଡର ବିଦ୍ରୋହୀ ବିଜେପି ମନ୍ତ୍ରୀ ସତପାଲ ମହାରାଜ, ହରକ ସିଂ ରାୱତ, ବଂଶୀଧର ଭଗତ ଏବଂ ଅନ୍ୟ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ଥିଲେ। ନୂଆ ରାଜ୍ୟ କ୍ୟାବିନେଟରେ ସତପାଲ ମହାରାଜ, ହରକ ସିଂ ରାୱତ, ବଂଶୀଧର ଭଗତ, ୟସପାଲ ଆର୍ୟ୍ୟ, ବିଶନ ସିଂ ଚୌପାଲ, ସୁବୋଧ ଉନିଆଲ, ଅରବିନ୍ଦ ପାଣ୍ଡେ, ଧବନ ସିଂ ରାୱତ, ରେଖା ଆର୍ୟ୍ୟ ଓ ୟତିସ୍ୱରାନନ୍ଦ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି।