ଘରୁ ଉଦ୍ଧାର ହେଲା ୨୧ ନାଗ ସାପ, ୧୬ ଅଣ୍ଡା

ନୂଆପଡାଏନ୍ଏନ୍ଏସ୍: ଜିଲ୍ଲା ସଦର ମହକୁମା ଠାରୁ ୨ କିଲୋମିଟର ଦୂରରେ ଥିବା ଗଡ଼ତୋର ସାହିର ମନିରାମ ପଟେଲଙ୍କ ଘରୁ ୨୧ଟି ନାଗ ସାପ ବାହାରିଛି। ଗତକାଲି ରାତିରେ ଘର ଭିତରେ ଏକ ନାଗ ସାପ ବାହାରିଥିଲା। ତାକୁ ପରିବାର ଲୋକେ ମାରିଦେଇଥିଲେ। ସାପଟି ଏକ ଗାତରୁ ବାହାରିଥିବା ଅନୁମାନ କରିଥିଲେ।

ରାତିରେ ସେହି ଗାତକୁ ଖୋଳିବାରୁ ସେଠାରୁ ଆଉ ୧୫ଟି ନାଗ ସାପ ଛୁଆ ଓ ୧୬ଟି ସାପ ଅଣ୍ଡା ବାହାର କରିଥିଲେ। ରାତ୍ରି ସାରା ଭୟରେ ପରିବାର ଲୋକ ଶୋଇନଥିଲେ। ଆଜି ସକାଳେ ଗାତକୁ ଆହୁରି ତଳକୁ ଖୋଲିବାରୁ ସେଥିରୁ ପୁଣି ୫ଟି ନାଗ ସାପ ବାହାରିଥିଲା। ଏହା ପରେ ଗଡ଼ତୋର ସାହିରେ ଭୟର ବାତାବରଣ ଦେଖାଦେଇଛି।