ଆଳି,ଏନ୍ଏନ୍ଏସ୍: ଆଜି ଆଳି ବାର ଆସୋସିଏସନ ପରିସରରେ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଆଳିର ବିଧାୟକ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି।
ଆସୋସିଏସନର ସଭାପତି ଅଭିରାମ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ଦେବଙ୍କ ସହିତ ମୁଖ୍ୟବକ୍ତା ଆଇନ୍ଜୀବୀ ଭୀମସେନ ଭୂୟାଁ, ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନ୍ଜୀବୀ ଦିନେଶ କୁମାର ରାୟ, ବାର ଆସୋସିଏସନ ସମ୍ପାଦକ ନୃସିଂହ ଚନ୍ଦ୍ର ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ।