ଏଥର ବିନା ଶ୍ରଦ୍ଧାଳୁରେ ଆଖଣ୍ଡଳମଣି ପୀଠରେ ହେବ ଜାଗରଯାତ୍ରା, ୧୦ ତାରିଖରୁ ଜାରି ହେବ ୧୪୪ ଧାରା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଥର ବିନା ଶ୍ରଦ୍ଧାଳୁରେ ଆଖଣ୍ଡଳମଣି ପୀଠରେ ହେବ ଜାଗରଯାତ୍ରା। ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରେ ଜାଗରଯାତ୍ରା ପାଇଁ ଜାରି ହେବ ୧୪୪ ଧାରା।

ଚଳିତ ବର୍ଷ ଆସନ୍ତା ୧୧ ତାରିଖରେ ଶିବରାତ୍ରି। କରୋନା କଟକଣାକୁ ଦୃଷ୍ଟିରେ ରଖି ଜାଗରଯାତ୍ରା ପାଇଁ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରେ ୧୪୪ ଧାରା ଜାରି ହେବ। ଏନେଇ ନିଷ୍ପତି ନେଇଛି ଭଦ୍ରକ ପ୍ରଶାସନ। ଆସନ୍ତା ୧୦ ତାରିଖ ସକାଳ ୬ଟାରୁ ୧୨ ତାରିଖ ସକାଳ ୭ଟା ଯାଏଁ ୧୪୪ ଧାରା ବଳବତ୍ତର ରହିବ।