ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ଆରମ୍ଭ, ୧୮ ଜିଲ୍ଲାରେ ଭୋଟିଂ ଜାରି

ଲଖନଉ,ଏଜେନ୍ସି: ଉତ୍ତରପ୍ରଦେଶର ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାରେ ଆଜି ଭୋଟିଂ ଆରମ୍ଭ ହୋଇଯାଇଛି। ଅଯୋଧ୍ୟା, ଆଗ୍ରା, କାନପୁର ନଗର, ଗାଜିଆବାଦ, ଗୋରଖପୁର, ଜୌନପୁର, ଝାନସୀ, ପ୍ରୟାଗରାଜ, ବରେଲି, ଭଦୋହୀ, ମହୋବା, ରାମପୁର, ରାୟବରେଲି, ଶ୍ରାବସ୍ତି, ସନ୍ତ କବୀର ନଗର, ସାହାରାନପୁର, ହରଦୋଇ ଏବଂ ହାଥରସ ଜିଲ୍ଲାରେ ମତଦାନ ଜାରି ରହିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରାମପୁର ଓ ଆଜମ ଖାନଙ୍କ ରାମପୁର ଜିଲ୍ଲାରେ ଭୋଟ ଗ୍ରହଣ ଚାଲିଛି।

କରୋନା ସଂକଟ ମଧ୍ୟରେ ଉତ୍ତରପ୍ରଦେଶରେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଦସ୍ୟ, ୱାର୍ଡ ମେମ୍ବର ଓ ଗ୍ରାମ ପ୍ରଧାନ ପଦ ଲାଗି ୨.୨୧ ଲକ୍ଷରୁ ଅଧିକ ପଦ ଲାଗି ୩.୩୩ ଲକ୍ଷରୁ ଅଧିକ ପ୍ରାର୍ଥୀ ନିର୍ବାଚନରେ ଭାଗ ନେଇଛନ୍ତି।