ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି, ଦିନକରେ ୨୯୮୯ ପଜିଟିଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁ ଦିନ ଭୟଙ୍କର ରୂପ ନେଉଛି କରୋନା ଭୂତାଣୁ ସଂକ୍ରମଣ। ବର୍ତ୍ତମାନ ୩ ହଜାର ନିକଟତର ହୋଇଛି ଦୈନିକ ସଂକ୍ରମଣ ସଂଖ୍ୟା। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୯୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୭୩୩ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ଓ ୧୨୫୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି।

ସେହିପରି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୬୩୧ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୩୮ ଜଣ ରହିଛନ୍ତି। ସେହିପରି କଳାହାଣ୍ଡିରୁ ୨୬୦, କଟକରୁ ୨୦୮, ନୂଆପଡ଼ାରୁ ୧୫୧, ସମ୍ବଲପୁରରୁ ୧୪୮, ବରଗଡ଼ରୁ ୧୨୬, ପୁରୀରୁ ୧୧୨, ବଲାଙ୍ଗିରରୁ ୧୧୦, ଷ୍ଟେଟପୁଲରୁ ୯୪, ଝାରସୁଗୁଡ଼ାରୁ ୮୪, ବାଲେଶ୍ୱରରୁ ୮୩, କେନ୍ଦୁଝରରୁ ୭୭, ଅନୁଗୁଳରୁ ୬୫, ଗଞ୍ଜାମରୁ ୬୩, ଯାଜପୁରରୁ ୫୧, ନବରଙ୍ଗପୁରରୁ ୪୩, ମୟୂରଭଞ୍ଜରୁ ୩୮, ଭଦ୍ରକରୁ ୩୪, ରାୟଗଡ଼ାରୁ ୨୭, ଜଗତସିଂହପୁରରୁ ୨୪, ଦେବଗଡ଼ରୁ ୨୩, ଢ଼େଙ୍କାନାଳରୁ ୨୧, ଗଜପତିରୁ ୧୫, କୋରାପୁଟରୁ ୧୪, ନୟାଗଡ଼ରୁ ୧୨, କେନ୍ଦ୍ରାପଡ଼ାରୁ ୧୧, ବୌଦ୍ଧରୁ ୧୦, କନ୍ଧମାଳରୁ ୮, ସୋନପୁରରୁ ୬ ଓ ମାଲକାନଗିରିରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କୋଭିଡ ପଜିଟିଭ ମାମଲା ୩ ଲକ୍ଷ ୫୮ ହଜାର ୩୪୨କୁ ବୃଦ୍ଧି ପାଇଛି। ସେଥିରୁ ୩ ଲକ୍ଷ ୪୧ ହଜାର ୭୩୩ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୧୪ ହଜାର ୬୨୧ ଜଣ ଚିକିତ୍ସାଧୀନ ଅଛନ୍ତି।