ୟୁପି ନିର୍ବାଚନ: ବିଜେପି, ଆପନା ଦଳ ଓ ନିଶଦ ପାର୍ଟି ମିଶି ୪୦୩ ଆସନରୁ ଲଢ଼ିବେ ନିର୍ବାଚନ

ନୂଆଦିଲ୍ଲୀ,ଏଜେନ୍ସି: ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଆଜି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ବିଜେପି, ଆପନା ଦଳ ଓ ନିଶଦ ପାର୍ଟି ଏକତ୍ର ୪୦୩ ଆସନରୁ ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପରି ଏକତ୍ର ନିର୍ବାଚନ ଲଢ଼ିବୁ ବୋଲି କହିଛନ୍ତି।

ଏମାନଙ୍କ ମଧ୍ୟରେ ନିଶଦ ପାର୍ଟିରୁ ୧୫ ଜଣ ବିଧାନସଭା ନିର୍ବାଚନ ଲଢ଼ୁଥିବା ନିଶଦ ପାର୍ଟିର ସଭାପତି ସଞ୍ଜୟ ନିଶଦ ଘୋଷଣା କରିଛନ୍ତି। ସେହିପରି ୨୦୧୭ ମସିହାରେ ଆପନା ଦଳ ୧୨ଟି ଆସନରୁ ବିଧାନସଭା ନିର୍ବାଚନ ଲଢ଼ିଥିବା ବେଳେ ୯ଟିରେ ବିଜୟ ହୋଇଥିଲା। ପରେ ଦଳ ବିଜେପି ସହିତ ମିଶିଯାଇଥିଲା। ଫେବୃଆରୀ ୧୦ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୦ରେ ନିର୍ବାଚନୀ ଫଳାଫଳ ଘୋଷଣା କରାଯିବ।

ଏହା ର୍ପୂବରୁ ଆଜି ଏସପି ପତ୍ରିଆର୍ଚ୍ଚ ମୁଲାୟମ ସିଂହଙ୍କ ବୋହୁ ଅପର୍ଣ୍ଣା ଯାଦବ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦାନ କରିଛନ୍ତି। ସେ ଡବଲ ଇଂଞ୍ଜିନ ସରକାରରେ ପ୍ରେରିତ ହୋଇ ବିଜେପିରେ ଯୋଗଦେଇଥିବା କହିଛନ୍ତି। ତାଙ୍କୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟ ନାଥ ସ୍ୱାଗତ କରିଛନ୍ତି।