ଅପର୍ଣ୍ଣା ବିଜେପିରେ ସାମିଲ ହେବା ପରେ କ’ଣ କହିଲେ ଅଖିଳେଶ ଯାଦବ…

ନୂଆଦିଲ୍ଲୀ:ସମାଜବାଦୀ ପାର୍ଟି ସଂରକ୍ଷକ ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଏହାକୁ କେନ୍ଦ୍ର କରି ବଡ଼ ପୁଅ ଅଖିଳେଶ ଯାଦବ କହିଛନ୍ତି ଯେ, ‘ମୁଁ ତାଙ୍କୁ (ଅପର୍ଣ୍ଣା)ଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି । ସମାଜବାଦୀ ପାର୍ଟିର ଚିନ୍ତାଧାରା ପ୍ରସାରିତ ହେଉଛି । ନେତାଜୀ (ମୁଲାୟମ ସିଂହ ଯାଦବ) ଅପର୍ଣ୍ଣାଙ୍କୁ ଯଥାସମ୍ଭବ ବୁଝାଇବାକୁ ଚେଷ୍ଟା କରିଥିଲେ । ଆନ୍ତରିକ ସର୍ଭେ ଓ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଟିକେଟ ଦିଆଯାଇଥାଏ ।

ଅଖିଳେଶ ଯାଦବ ଆହୁରି କହିଛନ୍ତି ଯେ, ମୁଁ ଭାରତୀୟ ଜନତା ପାର୍ଟିକୁ ଧନ୍ୟବାଦ ଦେବାକୁ ଚାହିଁବି । କାରଣ ଆମେ ଯାହାଙ୍କୁ ଟିକେଟ ଦେଇ ପାରୁନଥିଲୁ ସେ ତାଙ୍କୁ ଟିକେଟ ପ୍ରଦାନ କରିଛନ୍ତି ।