ଫେବୃଆରୀ ଶେଷ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ଯାତ୍ରୀ ବିମାନ ଉଡ଼ାଣ ବାତିଲ: ଡିଜିସିଏ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ହୁ ହୁ ହୋଇ ବଢ଼ୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ହୋଇଛି। ଫେବୃଆରୀ ଶେଷ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ଯାତ୍ରୀ ବିମାନ ଉଡ଼ାଣକୁ ବାତିଲ ଘୋଷଣା କରିଛନ୍ତି। ଏନେଇ ମନ୍ତ୍ରାଳୟ ପକ୍ଷରୁ ଆଜି ସୂଚନା ଦିଆଯାଇଛି।

ସୂଚନା ଅନୁସାରେ କରୋନା ସଂକ୍ରମଣ ଯୋଗୁଁ ଆସ୍ତା ୨୦୨୦ ବର୍ଷ ମାର୍ଚ୍ଚ ୨୩ ତାରିଖରୁ ଆନ୍ତର୍ଜାତୀୟ ଯାତ୍ରୀ ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ପରେ ବନ୍ଦେ ଭାରତ ମିଶନରେ ସ୍ୱତନ୍ତ୍ର ବିମାନ ଯୋଗେ ଯାତ୍ରୀମାନେ ଭାରତକୁ ଫେରିଥିଲେ। ଏନେଇ ବହୁ ଦେଶରେ ଏୟାର ବବଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ପକ୍ରିୟାରେ ଆମେରିକା, ଇଂଲଣ୍ଡ, ଦୁବାଇ, କେନ୍ୟା, ଭୁଟାନ, ଫ୍ରାନ୍ସ ଭଳି ୨୪ଟି ଦେଶ ସହିତ ଭାରତ ଚୁକ୍ତି କରିଥିଲା।