କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅନୁସନ୍ଧାନରେ ଉତ୍କର୍ଷତା ପାଇଁ ପଦକ, ୨୦୨୧ର ତାଲିକା ପ୍ରକାଶ, ୪ ଓଡ଼ିଶା ପୁଲିସଙ୍କୁ ମିଳିଛି ଏହି ପଦକ

ନୂଆଦିଲ୍ଲୀ,ଏଜେନ୍ସି: ୨୦୨୧ ବର୍ଷ ପାଇଁ “କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅନୁସନ୍ଧାନରେ ଉତ୍କର୍ଷତା ପାଇଁ ପଦକ” ୧୫୨ ଜଣ ପୁଲିସ କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି। ଏହାର ତାଲିକା ପ୍ରକାଶ ପାଇଛି। ଅପରାଧର ଅନୁସନ୍ଧାନର ଉଚ୍ଚ ବୃତ୍ତିଗତ ମାନକୁ ପ୍ରୋତ୍ସାହିତ କରିବା ଏବଂ ଅନୁସନ୍ଧାନରେ ଏହିପରି ଉତ୍କର୍ଷତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ପଦକ ୨୦୧୮ରେ ଗଠିତ ହୋଇଥିଲା।

ଏହି ପୁରସ୍କାର ଗ୍ରହଣ କରୁଥିବା କର୍ମଚାରୀଙ୍କ ମଧ୍ୟରେ ୧୫ ଜଣ ସିବିଆଇ, ୧୧ ଜଣ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ପୁଲିସ, ୧୦ ଜଣ ଉତ୍ତରପ୍ରଦେଶ, ୯ ଜଣ କେରଳ ଏବଂ ରାଜସ୍ଥାନ ପୁଲିସ, ୮ ଜଣ ତାମିଲନାଡୁ ପୁଲିସ, ୭ ଜଣ ବିହାର, ୬ ଜଣ ବିହାର ସମେତ ୨୮ଟି ରାଜ୍ୟର ପୁଲିସ ରହିଛନ୍ତି। ସେହିପରି ଏହି ତାଲିକାରେ ଓଡ଼ିଶାର ୪ ଜଣ ପୁଲିସଙ୍କ ନାମ ମଧ୍ୟ ରହିଛି।
ଓଡ଼ିଶାର ଇନସ୍ପେକ୍ଟର ଦେବେନ୍ଦ୍ର କୁମାର ମଲିକ, ଇନସ୍ପେକ୍ଟର ଦେବେନ୍ଦ୍ର କୁମାର ବିଶ୍ୱାଳ, ଏସଆଇ ତୃପ୍ତୀ ରଞ୍ଜନ ନାଏକ ଓ ଏସଆଇ ଶ୍ରୀକାନ୍ତ ସାହୁଙ୍କୁ ଏହି ପଦକ ଦିଆଯାଇଛି।