ପୁଲିସ-ସାଧାରଣ ଜନତା ମୁହାଁମୁହିଁ, ଆହୁରି ଉଗ୍ର ହେଲା ଖରସ୍ରୋତା ବଞ୍ଚାଅ ଆନ୍ଦୋଳନ

ପଟ୍ଟାମୁଣ୍ଡାଇ,ଏନ୍ଏନ୍ଏସ୍: ଉଗ୍ରରୂପ ନେଇଛି କେନ୍ଦ୍ରାପଡା ଖରସ୍ରୋତା ବିବାଦ। ଭାରିଗଦାଠାରେ ମୁହାଁମୁହିଁ ହୋଇଛନ୍ତି ଆନ୍ଦୋଳନକାରୀ ଏବଂ ପୁଲିସ। ବିକ୍ଷୋଭ ବେଳେ ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି। ଧସ୍ତାଧ୍ୱସ୍ତି ବେଳେ ୨ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି। ଘଟଣାସ୍ଥଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

ଖବର ଅନୁଯାୟୀ, ଗତ ୧୦ ତାରିଖରେ ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ବିକ୍ଷୋଭ କରୁଥିବା କିଛି ନେତାଙ୍କୁ ପୁଲିସ ଉଠାଇ ନେଇଥିଲା। ସେହିଦିନ ସନ୍ଧ୍ୟାରେ ଶତାଧିକ ଲୋକେ ଟାୟାର ଜାଳି ରାସ୍ତା ରୋକ କରିବା ପରେ ପୁଲିସ ପୂର୍ବତନ ଦୁଇ ବିଧାୟକ ଓ ଅନ୍ୟ କର୍ମକର୍ତ୍ତାଙ୍କୁ ଛାଡି ଥିଲା। ତେବେ ଗତକାଲି ଖରସ୍ରୋତା ବଞ୍ଚାଓ ସଙ୍ଘର ସମନ୍ୱୟ ବୈଠକ ପରେ ଆଜି ଆହୁରି ଦୃଢ଼ ବିରୋଧ କରାଯାଇଛି।