ନୂତନ ରାଜ୍ୟ ଫୋରେନସିକ୍ ସାଇନ୍ସ ଲାବୋରଟୋରୀର ଉଦଘାଟନ କଲେ ଡିଜିପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟ ଫୋରେନସିକ୍ ସାଇନ୍ସ ଲାବୋରଟୋରୀର ନୂତନ ଭବନର ଉଦଘାଟନ ହୋଇଯାଇଛି। ପୁଲିସ ଡିଜିପି ଶ୍ରୀ ଅଭୟ ଏହି ଲାବୋରଟୋରୀକୁ ଉଦଘାଟନ କରିଛନ୍ତି। ଏହି ସମୟରେ କ୍ରାଇମବ୍ରାଞ୍ଚର ଏଡିଜି ସଞ୍ଜୀବ ପଣ୍ଡା, ଏସସିଆରବିର ନିର୍ଦ୍ଦେଶକ ବିନୟତୋଷ ମିଶ୍ର, ଏସଏଫଏସଏଲର ନିର୍ଦ୍ଦେଶକ ରାଜେଶ କୁମାର, ଏସପି ସତ୍ୟଜିତ୍ ନାୟକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।