ରାସ୍ତା କଡରୁ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର

ରାମନାଗୁଡା, ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସୁଣ୍ଢିଢାମୁଣୀ ପଞ୍ଚାୟତ ପାଲୁପାଇ ନିକଟସ୍ଥ ୩୨୬ନମ୍ବର ଜାତୀୟ ରାଜପଥ କଡରୁ ପୁଲିସ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଛି। ସୂଚନା ଅନୁଯାୟୀ ଆଜି ସକାଳେ ରାସ୍ତା କଡ଼ରେ ଜଣେ ଅଜଣା ଯୁବକଙ୍କ ଶବ ପଡିଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଏନେଇ ରାମନାଗୁଡା ପୋଲିସକୁ ଖବର ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଚିହ୍ନା ଯୁବକଙ୍କ ଶବକୁ ଉଦ୍ଧାର କରିଥିଲା। ଏନେଇ ପୋଲିସ ଏକ ଅପମୃତୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି। ମୃତ ବ୍ୟକ୍ତି ଜଣକ ପାଗଳ ଭଳି ଆଚରଣ ଓ ପର୍ଦଶନ କରୁଥିବା ସ୍ଥାନୀୟ ଲୋକମାନେ ଗତ କିଛି ଦିନ ହେଲା ବୁଲୁଥିବା ଦେଖିଥିବା କହିଛନ୍ତି। ଏନେଇ ପୋଲିସ ତଦନ୍ତ ଜାରି ରହିଥିବା ରାମନାଗୁଡା ଫାଣ୍ଡି ଅଧିକାରୀ କୃତୀବାସ ହରିଚନ୍ଦନ ସୂଚନା ଦେଇଛନ୍ତି।