କରୋନାରେ ପ୍ରାଣହରାଇଲେ ତାମିଲନାଡୁର କୃଷିମନ୍ତ୍ରୀ

ନୂଆଦିଲ୍ଲୀ, ଏଜେନ୍ସି: କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ ତାମିଲନାଡୁର ଜଣେ ମନ୍ତ୍ରୀ। ସେ ତାମିଲନାଡୁର କୃଷି ମନ୍ତ୍ରୀ ଥିଲେ। ତାଙ୍କ ନାଁ ଆର. ଦୋରାଇକ୍କାନ୍ନୁ। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଅକ୍ଟୋବର ୧୩ ତାରିଖରେ ଆର. ଦୋରାଇକ୍କାନ୍ନୁ କରୋନରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ସେହିଦିନ ଠାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସିଟି ସ୍କାନରୁ ତାଙ୍କ ଫୁସଫୁସର ୯୦ ପ୍ରତିଶତ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁରେ ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଇ.କେ ପଲାନିସ୍ୱାମୀ ଦୁଃଖ ପ୍ରକାଶ କରିଛନ୍ତି।