ଆଜି ୧୭୦୯ କରୋନା ପଜିଟିଭ, ୨୯୧୮୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୦୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୧୮୨୫ରେ ପହଞ୍ଚିଛି। ଏଥିମଧ୍ୟରୁ ୯୮୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୭୨୪ଜଣ ସ୍ଥାନୀୟବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଅନୁଗୁଳ ଜିଲ୍ଲାରୁ ୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୬୧, ବରଗଡରୁ ୯୯, ଭଦ୍ରକରୁ ୧୧, ବଲାଙ୍ଗିରରୁ ୫୩, ବୌଦ୍ଧରୁ ୧୮, କଟକରୁ ୧୧୫, ଦେବଗଡରୁ ୯, ଢେଙ୍କାନାଳରୁ ୬୪, ଗଜପତିରୁ ୪, ଗଞ୍ଜାମରୁ ୧୯, ଜଗତସିଂହପୁରରୁ ୬୮, ଯାଜପୁରରୁ ୪୧, ଝାରସୁଗୁଡାରୁ ୨୮, କଳାହାଣ୍ଡିରୁ ୭୨, କନ୍ଧମାଳରୁ ୨୦, କେନ୍ଦ୍ରାପଡାରୁ ୫୦, କେନ୍ଦୁଝରରୁ ୭୨, ଖୋର୍ଦ୍ଧାରୁ ୨୨୧, କୋରାପୁଟରୁ ୩୮, ମାଲକାନଗିରିରୁ ୩୯, ମୟୂରଭଞ୍ଜରୁ ୧୨୧, ନବରଙ୍ଗପୁରରୁ ୨୬, ନୂଆପଡାରୁ ୮୬, ପୁରୀରୁ ୫୮, ରାୟଗଡାରୁ ୧୬, ସମ୍ବଲପୁରରୁ ୪୩, ସୋନପୁରରୁ ୭, ସୁନ୍ଦରଗଡରୁ ୧୦୭, ଷ୍ଟଟପୁଲରୁ ୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।