Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପରକୀୟା ସମ୍ପର୍କରୁ ଅଭାବନୀୟ କାଣ୍ଡ, ଚଳନ୍ତା ଟ୍ରେନ୍‌ରେ ଛୁରାମାଡ଼, ଜଣେ ମୃତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପରକୀୟା ସମ୍ପର୍କରୁ ଅଭାବନୀୟ କାଣ୍ଡ, ଚଳନ୍ତା ଟ୍ରେନ୍‌ରେ ଛୁରାମାଡ଼, ଜଣେ ମୃତ

ବ୍ରହ୍ମପୁର/ରମ୍ଭା,ଏନ୍‌ଏନ୍‌ଏସ୍‌: ସ୍ୱାମୀ ଥାଉ ଥାଉ ସ୍ତ୍ରୀ ରଖିଥିଲେ ପରକୀୟା ପ୍ରେମ ସମ୍ପର୍କ । ସ୍ତ୍ରୀଙ୍କ ଏପରି ରୂପ ଦେଖି ଚିହିଁକି ଉଠିଲେ ସ୍ୱାମୀ । ଆଉ ତାଙ୍କ ରାଗ ପଞ୍ଚମକୁ ଉଠି ଯାଇଥିଲା । ଚଳନ୍ତା ଟ୍ରେନ୍ ଭିତରେ ସ୍ତ୍ରୀଙ୍କ ପ୍ରେମିକଙ୍କୁ ଛୁରୀରେ ଭୁସିଦେଲେ ସ୍ୱାମୀ । ଏପରି ଘଟଣା ଚେନ୍ନାଇ-ହାୱାଡା ଏକ୍ସପ୍ରେସ୍‌ରେ ଘଟିଛି । ଗଞ୍ଜାମ ପୁଲିସ ଅଭିଯୁକ୍ତ ତଥା ପଶ୍ଚିମବଙ୍ଗର ରାଜୀବ ଗୁରାଇକୁ ଅଟକ ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ବାହାଦରପୁର ଗ୍ରାମର ଶୁଭଦ ଗୁରାଇଙ୍କ ପୁଅ ରାଜୀବ ଗୁରାଇ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ତ୍ରୀ ବନ୍ଦନା ଏବଂ ଶ୍ୱଶୁର ପଲଙ୍ଗ ଗୁରାଇଙ୍କ ସହ ୭ ଦିନ ପୂର୍ବେ ଚେନ୍ନାଇ ଯାଇଥିଲେ । ସେମାନଙ୍କ ସହ ସେହି ଅଞ୍ଚଳ ନିକଟସ୍ଥ ସତରପୁର ଗ୍ରାମର ପ୍ରସନ୍ନଜିତ ଗୁରାଇ ବି ଚେନ୍ନାଇ ଯାଇଥିଲେ । ଚେନ୍ନାଇରେ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଏକ ଲଜ୍‌ରେ ରହଣୀ ସମୟରେ ସ୍ତ୍ରୀଙ୍କ ସହ ପ୍ରସନ୍ନଜିତଙ୍କ ମଧ୍ୟରେ ସମ୍ପର୍କକୁ ନେଇ ରାଜୀବଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ଏପରିକି ରାଜୀବଙ୍କ କହିବା ଅନୁଯାୟୀ ସେ ମେଡିକାଲକୁ ଚିକିତ୍ସା ପାଇଁ ଯାଇ ଫେରିବା ସମୟରେ ପ୍ରସନ୍ନଜିତ ତାଙ୍କ ସ୍ତ୍ରୀକୁ ଚେନ୍ନାଇର ବିଭିନ୍ନ ସ୍ଥାନକୁ ବୁଲାଇ ନେବା ସହ ଲଜ ଭିତରେ ଦୁହେଁ ଅସଂଯତ ଅବସ୍ଥାରେ ଥିବା ଦେଖିଥିଲେ । ଏହାର ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ଚେନ୍ନାଇରେ ପାଟିତୁଣ୍ଡ ହୋଇଥିଲା ।

ଗତକାଲି ସେମାନେ ଚେନ୍ନାଇ-ହାୱଡ଼ା ଏକ୍ସପ୍ରେସ ଯୋଗେ ପଶ୍ଚିମବଙ୍ଗକୁ ଫେରୁଥିଲେ । ସ୍ତ୍ରୀର ପରକୀୟା ପ୍ରୀତିରେ ଅତିଷ୍ଠ ହୋଇ ପ୍ରତିଶୋଧ ନେବାକୁ ମାନସିକ ସ୍ତରରେ ପ୍ରସ୍ତୁତି ହୋଇ ରହିଥିଲେ ରାଜୀବ । ପ୍ରସନ୍ନଜିତକୁ ସବୁଦିନ ପାଇଁ ହଟାଇବାକୁ ସୁଯୋଗ ଅପେକ୍ଷାରେ ଥିଲେ ରାଜୀବ । ଆଜି ଗଞ୍ଜାମ ରେଳ ଷ୍ଟେସନ ନିକଟ ପାଖାପାଖି ଚଳନ୍ତା ଟ୍ରେନରେ ରାଜୀବ ଏକ ଛୁରା ବାହାର କରି ପ୍ରସନ୍ନଜିତଙ୍କ ପେଟକୁ ବାରମ୍ବାର ଭୁସିଥିଲେ । ଏହା ଦେଖି ଟ୍ରେନ ଭିତରେ ଯାତ୍ରୀମାନେ ଆତଙ୍କିତ ହୋଇଥିଲେ । ପାଟିତୁଣ୍ଡ କରିବାରୁ ଟ୍ରେନ୍ ସୁରକ୍ଷା ଦାୟିତ୍ୱରେ ଥିବା ରେଳବାଇ ପୁଲିସ ଟ୍ରେନ୍ ଡ୍ରାଇଭରକୁ ଖବର ଦେଇଥିଲେ । ପରେ ଗଞ୍ଜାମ ଷ୍ଟେସନରେ ସୁରକ୍ଷା ଦାୟିତ୍ୱରେ ଥିବା ହାବିଲଦାର ପି.କେ. ନାୟକ ଓ ଷ୍ଟେସନ ମାଷ୍ଟର ତୁରନ୍ତ ଗଞ୍ଜମ ଥାନାକୁ ଖବର ଦେଇଥିଲେ ।

ଗଞ୍ଜାମ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସଦଳବଦଳରେ ଆସି ଆମ୍ବୁଲାନ୍ସ ଯୋଗେ ଗୁରୁତର ପ୍ରସନ୍ନଜିତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଛତ୍ରପୁର ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡ ଭିଆଇଥିବା ରାଜୀବଙ୍କୁ ଗଞ୍ଜାମ ଷ୍ଟେସନରେ ଅଟକ ରଖାଯାଇଛି । ଟ୍ରେନ୍ ଭିତରେ ଏହି ହତ୍ୟାକାଣ୍ଡ ଘଟିଥିବାରୁ ରେଳବାଇ ପୁଲିସ ଏହାର ତଦନ୍ତ ଦାୟିତ୍ୱ ନେଇଛି ।