ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତର ସର୍ବବୃହତ ଶିକ୍ଷଣୀୟ ପ୍ଲାଟ୍ଫର୍ମ ଅନ୍ଏକାଡେମି ପକ୍ଷରୁ ନୂଆ ଶିକ୍ଷଣୀୟ ଉତ୍ପାଦ “ଅନ୍ଏକାଡେମି ଆଇକନ୍ସ’କୁ ଉନ୍ମୋଚନ କରାଯାଇଛି। ଶିଳ୍ପର ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ଏଥିରେ ଶିକ୍ଷାଦାନ କରାଯିବ ଯେଉଁଥିପାଇଁ ପାଠ୍ୟକ୍ରମର ଢ଼ାଞ୍ଚା ପ୍ରସ୍ତୁତ କରାଯାଇଛି। ଅନ୍ଏକାଡେମି ଆଇକନ୍ସ ବିଭିନ୍ନ କ୍ଷେତ୍ର ଯଥା କ୍ରୀଡ଼ା, କଳା, ବ୍ୟବସାୟ, ନେତୃତ୍ୱ ଏବଂ ଆହୁରି ବହୁ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କୁ ଏକତ୍ରୀତ କରିଛି ଏବଂ ସେମାନଙ୍କ ଯେଉଁ କ୍ଷେତ୍ରରେ ଦକ୍ଷତା ରହିଛି ସେଥିପାଇଁ ସ୍ୱତନ୍ତ୍ର ବିଷୟ ଆୟୋଜନ କରାଯାଉଛି।
ଅନ୍ଏକାଡେମି ଆଇକନ୍ସରେ ଶିକ୍ଷାର୍ଥୀମାନେ ଗୋଟିଏ ସବ୍ସ୍କ୍ରିପ୍ସନ୍ରେ ସେମାନଙ୍କ ଠାରୁ ଶିକ୍ଷା ହାସଲ କରିବାର ସୁଯୋଗ ପାଇବେ। ବିଷୟ ଗୁଡ଼ିକ ଏବେ ଇଂରାଜି ଓ ହିନ୍ଦୀ ଭାଷାରେ ଉପଲବ୍ଧ ହୋଇଥିବା ବେଳେ ଆଗାମୀ ଦିନରେ ମରାଠି, କନ୍ନଡ, ତେଲୁଗୁ ଓ ତାମିଲ ଭାଷାରେ ଉପଲବ୍ଧ କରାଯିବ।