ୟୁକ୍ରେନ ଉପରେ ଋଷର ଆକ୍ରମଣ: ଭାରତୀୟ ଦୂତବାସ ଜାରି କଲା ଏଡଭାଇଜରୀ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ମଧ୍ୟରେ ଭାରତୀୟ ଦୂତବାସ ଏଡଭାଇଜରୀ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ, ୟୁକ୍ରେନରେ ଅନିଶ୍ଚିତତା ସ୍ଥିତି ଜାରି ରହିଛି । ଆପଣମାନେ ଶାନ୍ତି ବଜାୟ ରଖିବା ସହ ହୋଟେଲ, ଘରେ କିମ୍ବା ରାସ୍ତାରେ ଯେଉଁଠି ବି ଅଛନ୍ତି ସୁରକ୍ଷିତ ରୁହନ୍ତୁ । ୟୁକ୍ରେନ ରାଜଧାନୀ କୀବ ଆଡ଼କୁ ଯାଉଥିବା ଭାରତୀୟ ଅସ୍ଥାୟୀ ରୂପେ ନିଜ ସହରର ସୁରକ୍ଷିତ ସ୍ଥାନକୁ ଫେରି ଯାଆନ୍ତୁ ।

ଅନ୍ୟପଟେ ଭାରତ ସରକାରଙ୍କ ସୂତ୍ର ମୁତାବକ, ୟୁକ୍ରେନରେ ବଦଳୁଥିବା ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ସରକାରଙ୍କ ଫୋକସ ଭାରତୀୟ ଖାସ୍ କରି ଛାତ୍ରଙ୍କ ଉପରେ ରହିଛି । ବିଦେଶ ମନ୍ତ୍ରଣାଳୟର କଣ୍ଟ୍ରୋଲ ରୁମ ୨୪ ୭ ଆଧାରରେ କାର୍ଯ୍ୟ ଚାଲିବ ।