ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ସୀମାରେ ଗତ ୨ ଦିନରୁ ଲଗାତାର ଭାବେ ଯୁଦ୍ଧ ଜାରି ରହିଛି । ଇତିମଧ୍ୟରେ ଋଷ ରାଷ୍ଟ୍ରପତି ବ୍ଲୋଦୀମିର ଜେଲେନସ୍କୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି । ମୋଦୀଙ୍କ ସହ କଥା ହୋଇଥିବା ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।
ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବ୍ଲୋଦୀମିର ଜେଲେନସ୍କୀ ଔପଚାରିକ ଭାବେ କଥା ହୋଇଛନ୍ତି । ଏହି ସମୟରେ ସୁରକ୍ଷା ପରିଷଦରେ ୟୁକ୍ରେନକୁ ସମର୍ଥନ କରିବାକୁ ମୋଦୀଙ୍କୁ ବ୍ଲୋଦୀମିର କହିଛନ୍ତି ।