ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୩ ଦିନରେ ପହଂଚିଛି । ଇତିମଧ୍ୟରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କୁ ଭାବବିହ୍ୱଳ କରିଦେବ ।
ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଋଷୀ ନାଗରିକଙ୍କ ମା’ଙ୍କ ପାଇଁ ମାନବିକତାର ପରିଚୟ ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ହଟଲାଇନ ଆରମ୍ଭ କରାଯାଇଛି । ଏହା ଜରିଆରେ ୟୁକ୍ରେନରେ ଧରାଯାଇଥିବା କିମ୍ବା ମରିଯାଇଥିବା ଋଷ ସୈନିକଙ୍କ କଥା ତାଙ୍କ ମା’ଙ୍କ ପର୍ଯ୍ୟନ୍ତ ପହଞ୍ଚିପାରିବ ।