ପାଟଣାଗଡ,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ନିମନ୍ତେ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ଦଳମାନଙ୍କ ମଧ୍ୟର ଉଷ୍ଣତା ଦ୍ୱିଗୁଣ ବଢିଯାଇଥିବା ଜଣାଯାଇଛି। ଚଳିତ ଥର ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବା ସହ ଏହି ପରିଷଦର ଅଧ୍ୟକ୍ଷ ଆସନ ତଫସିଲଭୁକ୍ତ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ଜଣେ ଉପଯୁକ୍ତ ପ୍ରାର୍ଥିବାଛିବା ଦଳୀୟ ନେତାଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟି ଯାଇଥିବା ଜଣାଯାଇଛିା ତଫସିଲଭୁକ୍ତ ଜନଜାତିର ଜଣେ ଶିକ୍ଷିତ ବ୍ୟକ୍ତି ଯାହାଙ୍କର ଲୋକସଂପର୍କ ରହିଥିବା ସହ ସାଧାରଣରେ ତାଙ୍କ ପ୍ରତି ବିଶ୍ୱାସ ଏବଂ ଅସ୍ଥାକୁ ରାଜନୈତିକ ଦଳମାନେ ଗୁରୁତ୍ୱ ଦେଉଥିବା ଜଣାଯାଇଛିା ଅନ୍ୟପଟେ ଦୀର୍ଘ ଦିନ ତଳୁ ଅଧ୍ୟକ୍ଷ ପଦବୀ ପାଇଁ ଆଶାୟୀ କିଛି ତୁଙ୍ଗ ନେତା ବିଭିନ୍ନ ୱାର୍ଡ ବୁଲି ଲୋକସଂପର୍କ ପ୍ରତିଷ୍ଠା କରିଆସୁଥିବା ବେଳେ ଏହି ଆସନ ତଫସିଲଭୁକ୍ତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିବା ଜାଣି ଦୁଃଖରେ ଭାଙ୍ଗି ପଡିଥିବା ସାଧାରଣରେ ଆଲୋଚନା ଜୋର ଧରିଛିା
ସମୁଦାୟ ୧୫ ୱାର୍ଡ ବିଶିଷ୍ଟ ଏହି ବିଜ୍ଞାପିତ ଅଞ୍ଚଳ ପରିଷଦର ୮ଟି ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ତନ୍ମଧ୍ୟରୁ ଗୋଟିଏ (ୱାର୍ଡ ନମ୍ବର ୩) ତଫସିଲଭୁକ୍ତ ଜାତି ମହିଳା ଓ ଗୋଟିଏ(ୱାର୍ଡ ନମ୍ବର ୬) ତଫସିଲଭୁକ୍ତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହାବ୍ୟତୀତ ୱାର୍ଡ ନମ୍ବର ୧, ୨, ୧୦, ୧୧, ୧୨ ଏବଂ ୧୩ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିଭଳି ୱାର୍ଡ ୭ ତଫସିଲଭୁକ୍ତ ଜାତି ଏବଂ ୱାର୍ଡ ୧୪ ତଫସିଲଭୁକ୍ତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ଅବଶିଷ୍ଟ ୫ଟି ୱାର୍ଡ ୩, ୫, ୮, ୯ ଏବଂ ୧୫ ଅଣସଂରକ୍ଷିତ ରହିଥିବା ଜଣାଯାଇଛି। ୧୫ଟି ୱାର୍ଡରେ ୮ ହଜାର ୩୭୧ ପୁରୁଷ ଏବଂ ୮ ହଜାର ୩୫୨ ମହିଳା ଭୋଟଙ୍କୁ ମିଶାଇ ସମୁଦାୟ ୧୬,୭୨୩ ଭୋଟର ରହିଛନ୍ତି। ତେବେ ଭୋଟର ସଂଖ୍ୟା ଦୃଷ୍ଟିରୁ ବିଚାର କଲେ ୪, ୬, ୭ ଏବଂ ୮ ନମ୍ବର ୱାର୍ଡ ବଡ଼ ହୋଇଥିବା ବେଳେ ୩, ୧୩, ୧୪ ଓ ୧୫ ଅପେକ୍ଷାକୃତ ଭାବରେ ଛୋଟ ୱାର୍ଡ ହୋଇଥିବା ଜଣାଯାଇଛି।
ବର୍ତ୍ତମାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାୟ ସବୁଦଳର ନେତା ବ୍ୟସ୍ତ ଥିବାବେଳେ ନିର୍ଭରଯୋଗ୍ୟ ତଥା ବଳିଷ୍ଠ କର୍ମୀମାନେ ସମିତି ସଭ୍ୟ ପ୍ରାର୍ଥିମାନଙ୍କୁ ନିଜ ନିଜ କ୍ୟାମ୍ପରେ ରଖି ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବାରେ ବ୍ୟସ୍ତ। ୨୮ ତାରିଖ ଭୋଟ ଗଣତି ଶେଷ ହେବା ପରେ କର୍ମୀ ପୁଣି ଏନଏସି ନିର୍ବାଚନ ପାଇଁ ଅଣ୍ଟା ଭିଡିବେ। ଆସନ୍ତା ୨ ତାରିଖଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ବେଳେ କେଉଁ ରାଜନୈତିକ ଦଳ କାହାକୁ ପ୍ରାର୍ଥି ଭାବରେ ନିର୍ବାଚନ ମଇଦାନକୁ ଛାଡିବେ ତାକୁ ଅପେକ୍ଷା କରି ରହିଛନ୍ତି ଭୋଟର।