ସେନା ସହ ଯୁଦ୍ଧ ମଇଦାନକୁ ଓହ୍ଲାଇଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଋଷ ଭଳି ବଡ଼ ଓ ଶକ୍ତିଶାଳୀ ଦେଶର ଆକ୍ରମଣ ସତ୍ୱେ ୟୁକ୍ରେନ ମୁଣ୍ଡ ନୁଆଁଇବାର ନାଁ ନେଉନାହିଁ । କୌଣସି ବି ପରିସ୍ଥିତିରେ ସମର୍ପଣ କରିବ ନାହିଁ ବୋଲି ମଧ୍ୟ ୟୁକ୍ରେନ କହିଛି । ଏହି ନିଷ୍ପତ୍ତି ପଛରେ ୟୁକ୍ରେନ ରାଷ୍ଟ୍ରପତି ବ୍ଲୋଦୀମିର ଜେଲେନସ୍କୀ ରହିଛନ୍ତି ଯିଏକି ଲଗାତାର ଭାବେ ସେନାର ମନବୋଳ ବଢ଼ାଉଛନ୍ତି । ଏଥିସହିତ ସହାୟତା ପାଇଁ ଭିନ୍ନ ଭିନ୍ନ ଦେଶ ସହ ମଧ୍ୟ ଆଲୋଚନା ଜାରି ରଖିଛନ୍ତି । କେବଳ ଏତିକି ନୁହେଁ ଏବେ ନିଜେ ରାଷ୍ଟ୍ରପତି ବ୍ଲୋଦୀମିର ଯୁଦ୍ଧ ମଇଦାନକୁ ଓହ୍ଲାଇଛନ୍ତି । ଯେଉଁ ଅଞ୍ଚଳକୁ ଋଷ ଆକ୍ରମଣ କରିଛି ରାଷ୍ଟ୍ରପତି ଏବେ ସେଠାକୁ ଗସ୍ତ କରି ସ୍ଥିତି ପରଖୁଛନ୍ତି । ଆଉ ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଉକ୍ତ ଫଟୋରେ ସେ ଏକ ସୈନିକ ଭଳି ନଜର ଆସୁଛନ୍ତି ।

ସୂଚନାଯୋଗ୍ୟ, ୟୁକ୍ରେନ ରାଷ୍ଟ୍ରପତି ବ୍ଲୋଦୀମିର ଜେଲେନସ୍କୀ ଋଷ ଆକ୍ରମଣର ଠିକ୍ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ । ଏହି ସମୟରେ ସମସ୍ତ ଦେଶ ଋଷ ବିରୋଧରେ ଆଗକୁ ଆସନ୍ତୁ ବୋଲି ବ୍ଲୋଦୀମିର କହିଥିଲେ ।