ଭୁବନେଶ୍ୱର,ଏନ୍ଏନ୍ଏସ୍: ଲମ୍ବୁଛି ନକଲି ଡାକ୍ତରଙ୍କ କଳା କାରନାମା । ପୁଣି ଏକ ନୂଆ ମାମଲା ଆସିଛି ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ । ଗୋହାଟିର ଜଣେ ସରକାରୀ ଡାକ୍ତରାଣୀଙ୍କୁ ୨୧ ଲକ୍ଷର ଚୁନ ଲଗାଇଛନ୍ତି ରମେଶ ।
ଗୋହାଟିରେ ଫ୍ଲାଟ ଦେବା ନାଁରେ ୨୧ ଲକ୍ଷ ଟଙ୍କା ଲୁଟି ନେଇଥିବା ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି । ମେ ୨୦୨୧ରେ କରୋନା କଟକଣା ଭିତରେ ପରିବାର ଲୋକଙ୍କ ଉପସ୍ଥିତିରେ ରମେଶ ଡାକ୍ତରାଣୀଙ୍କୁ ବିବାହ କରିଥିଲେ ।
ରମେଶଙ୍କ ବାହାଘରରେ ତାଙ୍କ ଭିଣେଇ ଓ ତାଙ୍କ ଜ୍ରାଇଭର ପପୁ ଉପସ୍ଥିତ ରହିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ସେଠାରେ ସାବତ ମା, ଭଉଣୀ, ପୁରୋହିତ ଉପସ୍ଥିତ ରହି ରୀତିନୀତି ଅନୁସାରେ ବାହାଘର କରାଇଥିଲେ ।
ଭଉଣୀଙ୍କୁ ନଣନ୍ଦ ପୁଟୁଳି ବାବଦକୁ ସୁନା, ମୋବାଇଲ, ଦାମୀ ଶାଢି ମଧ୍ୟ ମିଳିଥିଲା । ତେବେ ଉକ୍ତ ଡାକ୍ତରାଣୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କର ୧୬୧ ଧାରାରେ ପୋଲିସ ବୟାନ ରେକର୍ଡ କରିଛି ।