ଭୁବନେଶ୍ବର,ଏନ୍ଏନ୍ଏସ୍: କ୍ୟାନସର ଆଉ ଦୁଃସାଧ୍ୟ ରୋଗ ହୋଇ ନାହିଁ। ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଦ୍ବାରା ଏହାର ନିରାକରଣ ସମ୍ଭବ। ଠିକ୍ ଯେମିତି ବୁଲନ୍ଦଶାହର ଏକ ଝିଅ ସାଇମାଙ୍କ କ୍ଷେତ୍ରରେ ହେଲା। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସାଇମାଙ୍କ ଚିକିତ୍ସାକୁ ନେଇ ଖୁସି ପ୍ରକଟ କରିଛନ୍ତି ବିଶ୍ୱ ପ୍ରସିଦ୍ଧ କ୍ୟାନସର ଇମ୍ୟୁନୋଥେରାପି ବିଶେଷଜ୍ଞ ଡକ୍ଟର ଜମାଲ ଏ ଖାନ। ସେ କହିଛନ୍ତି ଯେ ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଖୁସି ଯେ ଆଜି ସାରା ବିଶ୍ୱରେ ଲକ୍ଷ ଲକ୍ଷ କର୍କଟ ରୋଗୀ ମୋ ଏବଂ ମୋ ଦଳ ଦ୍ୱାରା ସଫଳତାର ସହ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ସାଇମା ଅନ୍ୟତମ।
ଚିକିତ୍ସା ପାଇଁ ବିଭିନ୍ନ ସ୍ଥାନ ବୁଲି ବୁଲି ଆଶା ଛାଡିଦେଇଥିଲେ ସାଇମାଙ୍କ ବାପା ମାଆ। ତା’ପରେ ମୁଁ ଚିକିତ୍ସା ଆରମ୍ଭ କଲି। ସାଇମାଙ୍କ ବାପା ମାଆଙ୍କ କହିବା କଥା ଡକ୍ଟର ଜମାଲ-ଇ-ଖାନ ଚିକିତ୍ସା ଆରମ୍ଭ କରିବା ପରେ ପ୍ରଥମ ସପ୍ତାହରୁ ହିଁ ରୋଗ ଉପରେ ନିୟନ୍ତ୍ରଣ ଆସିବା ଆରମ୍ଭ ହୋଇଥିଲା। ସାଇମାଙ୍କ ପିତା ଇଫତିଖର ଅହମ୍ମଦ କହିଛନ୍ତି ଯେ, ୨୦୧୮ ମସିହାରେ ସାଇମାଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥିଲା। ମୁଣ୍ଡବିନ୍ଧା ହେଇଥିଲା। ସେ ରାତିସାରା ଯନ୍ତ୍ରଣା ଅନୁଭବ କରୁଥିଲେ। ପୁରା ଆଶା ଛାଡିଦେଇଥିଲେ ପରିବାର ଲୋକ।
ବର୍ତ୍ତମାନ ସାଇମା ନୂଆ ଜୀବନ ପାଇବା ପରେ ଡକ୍ଟର ଜମାଲ-ଇ-ଖାନ ଓ ତାଙ୍କ ଟିମକୁ ଧନ୍ୟବାଦ ଦେବା ସହ ଜୀବନ ସାରା ଋଣୀ ହୋଇ ରହିବେ ବୋଲି କହିଛନ୍ତି ସାଇମାଙ୍କ ପରିବାର। କ୍ୟାନସରରେ ପୀଡିତ ହେଲେ ଅସହାୟ ହୋଇଯାଇଥାନ୍ତି ରୋଗୀ ଓ ତାର ସଂପର୍କୀୟ। ଅତିକମରେ ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ଡକ୍ଟର ଜମାଲ-ଇ-ଖାନ ଓ ତାଙ୍କ ଟିମ୍ ଅଳ୍ପ ଖର୍ଚ୍ଚରେ ମାତ୍ର ସପ୍ତାହ ଭିତରେ ସାଇମାଙ୍କ କ୍ଷେତ୍ରରେ ପରିବର୍ତ୍ତନ ଆଣିଥିଲେ। ଆଉ ବର୍ତ୍ତମାନ ମୋ ଝିଅ ଆରୋଗ୍ୟ ହୋଇ ସୁସ୍ଥ ଜୀବନ ଯାପନ କରୁଛି ବୋଲି ଖୁସୀରେ ଗଦ୍ ଗଦ୍ ହୋଇ କହିଥିଲେ ସାଇମାଙ୍କ ବାପା।