ସଇଁନ୍ତଲାରେ ଭୋଟ ଗଣତି ଆରମ୍ଭ, ବିଜେଡି ଆଗୁଆ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ହୋଇଥିବା ଭୋଟ ଗଣତି କେନ୍ଦ୍ରକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ପରିଦର୍ଶନ କରି ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଟିଟିଲାଗଡ଼ ଅତିରିକ୍ତ ଉପଜିଲ୍ଲାପାଳ ଡା. ଲଳିତ ବାଗ ମାଜିଷ୍ଟ୍ରେଟ, ସଇଁନ୍ତଲା ତହସିଲଦାର ସୁରେନ୍ଦ୍ର ମେହେର ଓ ପର୍ଯ୍ୟବେକ୍ଷକ ରୀନା କୁମାରୀ ନାୟକ ଭୋଟ ଗଣତି କେନ୍ଦ୍ରରେ ଉପସ୍ଥିତ ରହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏନେଇ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସଇଁନ୍ତଲା ବିଡିଓ ତଥା ନିର୍ବାଚନ ଅଧିକାରୀ ଚନ୍ଦ୍ରମଣି ନାଗ ପ୍ରତ୍ୟକ୍ଷ ଭାବେ ଭୋଟ ଗଣତି କାର୍ଯ୍ୟକ୍ରମକୁ ତଦାରଖ କରିଛନ୍ତି । ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ସ୍ଥାନୀୟ ଥାନାଧିକାରୀ ଅବନୀ ସାହୁ,ଏସଏସଆଇ ସଙ୍ଗୀତା ବେକ, ଏଏସଆଇ ଥବିର ମହାରଣା ସମେତ ପୁଲିସ କର୍ମଚାରୀ ଓ ବ୍ଲକ ପ୍ରଶାସନର କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଆଜି ଭୋଟ ଗଣତି ହୋଇଥିବା ଟିକ୍ରାପଡ଼ା ୩୦ ନମ୍ୱର ଜୋନରୁ ହିମାଂଚଳ ବୁଡେକ ୧୫ ଶହ ଭୋଟରେ ଆଗୁଆ ରହିଛନ୍ତି ।