ମୋଦୀଙ୍କୁ ଭେଟିଲେ ଉଦ୍ଧବ ଠାକରେ

ପୁନେ,ଏଜେନ୍ସି: ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାପରେ ପ୍ରଥମଥର ପାଇଁ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପୁଲିସ ଡିଜି ଓ ଆଇଜି ସମ୍ମିଳନୀରେ ଯୋଗଦେବାକୁ ପୁନେ ଆସିଥିବା ସମୟରେ ଠାକରେ ତାଙ୍କୁ ଭେଟିଛନ୍ତି। ଏହି ସମୟରେ ରାଜ୍ୟ ବିଧାନସଭାର ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ସେଠାରେ ଉପସ୍ଥିତ ଥିଲେ।

ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀଙ୍କୁ ପୁନେରେ ସ୍ୱାଗତ କରିବା ପରେ ମୁମ୍ବାଇ ଫେରିଯାଇଥିଲେ। ଉଲ୍ଲେଖଯୋଗ୍ୟ ବିଜେପି ଓ ଶିବସେନା ମଧ୍ୟରେ ଦୀର୍ଘ ୩୦ ବର୍ଷ ଧରି ମେଣ୍ଟ ରହିଆସିଥିଲାବେଳେ ଗତମାସରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଠାକରେ ଅଡ଼ି ବସିବାରୁ ମେଣ୍ଟରେ ଫାଟ ସୃଷ୍ଟି ହୋଇଥିଲା। ଇତିମଧ୍ୟରେ ଶିବସେନା ଏନ୍ସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କଲା। ବିଜେପି ମହାରାଷ୍ଟ୍ର ବିଧାନସଭାରେ ୧୦୫ ଆସନ ପାଇ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ମଧ୍ୟ ବିରୋଧୀ ଆସନରେ ବସିଛି।