ପୁଣି ରାମ ମନ୍ଦିର ପହଞ୍ଚିଲେ ଅମିତାଭ

ଉତ୍ତରପ୍ରଦେଶ: ମେଗାଷ୍ଟାର ଅମିତାଭ ବଚ୍ଚନ ପୁଅ ଅଭିଷେକ ବଚ୍ଚନଙ୍କ ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ନଜର ଆସିଥିଲେ । ପ୍ରାଣ ପ୍ରତିଷ୍ଠାର କିଛି ସପ୍ତାହ ପରେ ପୁଣିଥରେ ଅମିତାଭ ରାମ ମନ୍ଦିର ଗସ୍ତ କରିଛନ୍ତି । ଅମିତାଭ ଅଯୋଦ୍ଧାରେ ଏକ ଇଭେଣ୍ଟରେ ସାମିଲ ହେବାକୁ ଯାଇଥିଲେ । କିନ୍ତୁ ଇଭେଣ୍ଟ ପୂର୍ବରୁ ସମୟ କାଢ଼ି ଭଗବାନ ଶ୍ରୀରାମଙ୍କ ଦର୍ଶନ କରିଛନ୍ତି । ଏନେଇ ଅମିତାଭ ନିଜେ ସୋସିଆଲ ମିଡିଆ ସାଇଟ୍ ‘ଏକ୍ସ’ରେ ଫଟୋ ସହ ସୂଚନା ପ୍ରଦାନ କରିଛନ୍ତି ।

ଅମିତାଭ ବଚ୍ଚନ ମୁମ୍ବାଇରୁ ସିଧାସଳଖ ବାଲ୍ମିକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପହଞ୍ଚିଥିଲେ । ସେଠାରୁ ରାମଲାଲାଙ୍କ ମନ୍ଦିର ପହଞ୍ଚି ଦର୍ଶନ କରିଥିଲେ । ଏହି ସମୟରେ ମନ୍ଦିର ଟ୍ରଷ୍ଟର ପଦାଧିକାରୀ ରାମାନାମା ପକାଇ ଅମିତାଭଙ୍କ ସ୍ୱାଗତ କରିଥିଲେ ।