ୟୁପିରେ ୭ ବର୍ଷ ପରେ ଜମିବ ରାହୁଲ-ଅଖିଲେଶଙ୍କ ଯୋଡ଼ୀ

ନୂଆଦିଲ୍ଲୀ: ମୋଦୀ ରଥକୁ ରୋକିବା ପାଇଁ ଉତ୍ତରପ୍ରଦେଶରେ ୭ ବର୍ଷ ପରେ ରାହୁଲ ଗାନ୍ଧୀ ଓ ଅଖିଲେଶ ଯାଦବ ପୁଣିଥରେ ଏକାଠି ହୋଇଛନ୍ତି । ଉଭୟ ଏକାଠି ହୋଇ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ । ଏଥିପାଇଁ ୨ ପାର୍ଟିର ଶୀର୍ଷ ନେତୃତ୍ୱ ସିଟ୍ ବାଣ୍ଟିବାକୁ ନେଇ ଆଲୋଚନା କରିଛନ୍ତି । କିନ୍ତୁ ଏନେଇ କୌଣସି ଚୁକ୍ତି ହୋଇନାହିଁ । ଏହି ଚୁକ୍ତିକୁ ସୁଦୃଢ଼ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ସାମିଲ ହେବା ପାଇଁ ଅଖିଳେଶ ଯାଦବଙ୍କୁ ନିମନ୍ତ୍ରଣ କରିଥିଲେ । ଅଖିଳେଶ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାର ନିମନ୍ତ୍ରଣକୁ ସ୍ୱୀକାର କରି ସାମିଲ ହେବାକୁ ସ୍ଥିର କରିଛନ୍ତି । ଅଖିଳେଶ ଅମେଠୀ ଓ ରାୟବରେଲୀରେ ରାହୁଲଙ୍କ ସହ ଯାତ୍ରାରେ ସାମିଲ ହେବେ ।