କଳକୀ ଧାମର ଶିଳାନ୍ୟାସ କଲେ ମୋଦୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମ୍ଭଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଳକୀ ଧାମର ଶିଳାନ୍ୟାସ କରିଛନ୍ତି । ୫ ଏକର ଜମିରେ ନିର୍ମାଣ ହେଉଥିବା ଏହି ମନ୍ଦିର କାମ ୫ ବର୍ଷରେ ଶେଷ ହେବ । ଏଥିରେ ୧୦ଟି ଗର୍ଭଗୃହ ରହିବ ଯେଉଁଥିରେ ଭଗବାନ ବିଷ୍ଣୁଙ୍କ ୧୦ ବିଗ୍ରହ ସ୍ଥାପନ କରାଯିବ ।

ଏହି ଅବସରରେ କଳକୀ ଧାମ ନିର୍ମାଣ ଟ୍ରଷ୍ଟର ଅଧ୍ୟକ୍ଷ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଖୁବ୍ ପ୍ରଶଂସା କରିଛନ୍ତି । ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି ଯେ, ଅତୀତରେ କେହି ନଥିଲେ କି ଭବିଷ୍ୟତରେ ବି କେହି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଳି ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହୋଇପାରିବେନି । ଯୁଗ ଯୁଗ ଧରି ଧାର୍ମିକ ଓ ଆଧ୍ୟାତ୍ମିକ ଜଗତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ ଲେଖାଯିବ ।