ବିଧାୟକ ଭାବେ ଶପଥ ନେଲେ ଉଦ୍ଧବ ଠାକରେ

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ବିଧାୟକ ଭାବେ ଶପଥ ଗ୍ରହଣ କରି ବିଧାନ ପରିଷଦକୁ ପ୍ରବେଶ କରିଛନ୍ତି। ତେବେ ପ୍ରଥମ ଥର ପାଇଁ ଶିବସେନା ମୁଖ୍ୟ ବିଧାନସଭା ପରିଷଦରେ ବିଧାୟକ ଭାବେ ଶପଥ ନେଇଛନ୍ତି। ରାଜ୍ୟ ସଚିବାଳୟର ସେଣ୍ଟ୍ରାଲ ଗୃହରେ ଏହି ଶପଥପାଠ ସଭା ଅନୁଷ୍ଠିତ ହୋଇଥିଲା।

ଏହି ସମୟରେ ଉଦ୍ଧବ ଠାକରେ ତାଙ୍କ ସ୍ତ୍ରୀ ରଶ୍ମୀ ଓ ପୁଅ ଆଦିତ୍ୟ ଉପସ୍ଥିତ ଥିଲେ। ତେବେ ଗତସପ୍ତାହରେ ବିପକ୍ଷ ଦଳ ନିଦ୍ୱର୍ନ୍ଦ ଘୋଷଣା କରିଥିଲା। ଏଥିସହ ଶ୍ରୀ ଠାକରେଙ୍କ ଏହି ଶପଥ ପାଠ ପରେ ସମସ୍ତ ଶିବ ସେନା ଗର୍ବିତ ଥିବା ବିଧାୟକ ଓ ସେକ୍ରେଟାରୀମାନେ କହିଛନ୍ତି।