ରବିବାର ଛାଡ଼ି ଆଉ ସବୁଦିନ ଚାଲିବ ରେଳ

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାର ଚତୁର୍ଥ ପର୍ଯ୍ୟାୟ ଲକଡାଉନକୁ ନେଇ ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ସବୁଠୁ ଖାସ୍ କଥାଟି ହେଲା, ରବିବାରକୁ ଛାଡ଼ି ଆଉ ସବୁଦିନ କର୍ଣ୍ଣାଟକ ମଧ୍ୟରେ ରେଳସେବାକୁ ମଞ୍ଜୁରୀ ଦିଆଯାଇଛି। ଏହିସେବା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏଥି ସହିତ ଅଲଗା ଅଲଗା ଜିଲ୍ଲାକୁ ଯିବା ପାଇଁ ବସ ସେବା ବି କାଲିଠାରୁ ଆରମ୍ଭ ହେବାକୁ ଯାଉଛି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏସ୍.ୟେଦୁରପ୍ପା କହିଛନ୍ତି କି, କର୍ଣ୍ଣାଟକରେ କେବଳ ସଡ଼କ ରାଜ୍ୟ ପରିବହନ ନିଗମର ବସ ଓ ପ୍ରାଇଭେଟ ବସ ହିଁ ଚାଲିବ। କର୍ଣ୍ଣାଟକ ଜୋନ୍ସରେ ଲକଡାଉନ କଡ଼ାକଡ଼ି ପାଳନ କରାଯିବ ଓ ଅନ୍ୟ କ୍ଷେତ୍ରରେ ଆର୍ଥିକ ଗତିବିଧିକୁ ଅନୁମତି ଦିଆଯିବ। ରବିବାର ସମଗ୍ର ରାଜ୍ୟରେ ସମ୍ପୂର୍ଣ୍ଣ ରୂପେ ଲକଡାଉନ ରହିବ। ସବୁ ଦୋକାନ ଖୋଲା ରହିବ। ସମସ୍ତ ଟ୍ରେନ ରାଜ୍ୟ ମଧ୍ୟରେ ଚାଲିପାରିବ। ଏଥି ସହିତ ମେ’ ୩୧ ପର୍ଯ୍ୟନ୍ତ ଗୁଜରାଟ, ମହାରାଷ୍ଟ୍ର, କେରଳ ଓ ତାମିଲନାଡ଼ୁର ଲୋକଙ୍କ ପ୍ରବେଶକୁ ଅନୁମତି ଦିଆନଯିବାର ପଦକ୍ଷେପ ନିଆଯାଇଛି।

କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ମୁତାବକ, ଗତକାଲି ସନ୍ଧ୍ୟା ୫ଟାରୁ ଆଜି ଅପରାହ୍ଣ ୧୨ଟା ମଧ୍ୟରେ ୮୪ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏବେ ପର୍ଯ୍ୟନ୍ତ ସକ୍ରିୟ ମାମଲା ୬୭୨ ଥିବାବେଳେ ମୃତ୍ୟୁସଂଖ୍ୟା ୩୭ ରହିଛି।