ପୁଣି ଉଡ଼ିଗଲା ଶ୍ରୀମନ୍ଦିର ନେତ

ପୁରୀ,ଏନ୍ଏନ୍ଏସ୍: ଓଡ଼ିଶାକୁ ଆଉ ଏକ ବିପଦ ମାଡ଼ି ଆସୁଛି। ପ୍ରଥମେ କରୋନା ମହାମାରୀ ଆସି ରାଜ୍ୟ ବାସୀଙ୍କୁ ଅନେକ କଷ୍ଟ ଦେଉଥିବା ବେଳେ ବର୍ତ୍ତମାନ ବାତ୍ୟା ରାଜ୍ୟରେ ଆଉ ଏକ ବିପଦ ସାଜିଛି। ବିପଦର ସଙ୍କେତ ଆକାରରେ ପୁଣି ଶ୍ରୀମନ୍ଦିରର ନେତ ଉଡ଼ିଯାଇଛି। ଶ୍ରୀମନ୍ଦିରର ନୀଳଚକ୍ରରେ ଲାଗା ଯାଇଥିବା ପତିତପାବନ ବାନା ମଧ୍ୟାହ୍ନରେ ଜୋରରେ ପବନ ବହିବାରୁ ଉଡ଼ିଯାଇଥିବା ଜଣାପଡ଼ିଛି। ପୁଣି ବାନା ବନ୍ଧାଯିବା ନେଇ ଚୂନରା ସେବାୟତଙ୍କ ସୂଚନା ଦେଇଛନ୍ତି।

ତେବେ ଫନି ସମୟରେ ମଧ୍ୟ ଶ୍ରୀ ମନ୍ଦିରର ନେତ ଉଡ଼ିଯାଇଥିବା ବେଳେ ବର୍ତ୍ତମାନ ପୁଣି ଥରେ ଶ୍ରୀ ମନ୍ଦିରର ବାନା ଉଡ଼ିଯାଇଛି। ଏ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଦେଖାଯାଇଛି।