ବଜ୍ରପାତରେ ଦୁଇ ଶ୍ରମିକ ଗୁରୁତର ମେଡ଼ିକାଲରେ ଭର୍ତ୍ତି

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ତୁରୁମୁଙ୍ଗା ଥାନା ବାଉଁଶୁଳି ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମରେ ଶନିବାର ଅପରାହ୍ନରେ ବଜ୍ରପାତରେ ଦୁଇ ମହିଳା ଶ୍ରମିକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଦୁଇ ଜଣ ହେଲେ ହରିଚନ୍ଦନପୁର ଥାନା ଜାମୁପଶିର ରଶ୍ମୀ ମୁଣ୍ଡା(୨୦) ଓ ମଞ୍ଜରୀ ମୁଣ୍ଡା(୨୧)।

ସୁଚନା ଅନୁସାରେ ଜାମୁପଶି ଗ୍ରାମରୁ ୪ ଜଣ ଶ୍ରମିକ ଭିଣୋଇ ଘର ତୁରୁମୁଙ୍ଗା ଥାନା ନିଶ୍ଚିନ୍ତପୁର ଗ୍ରାମର ରଣଜିତ ମୁଣ୍ଡାଙ୍କ ଘରକୁ ଆସି ବିଲ କାମ କରିବାକୁ ଆସିଥିଲେ। ଆଜି ସନ୍ଧ୍ୟାରେ ବିଲରୁ କାମ ସାରି ଫେରୁଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ୨ ଜଣ ଗୁରୁତର ହୋଇ ପଡିଥିଲେ। ଉଭୟଙ୍କୁ ୧୦୮ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।