ପିପିଙ୍କୁ ଧରିଲା ଭିଜିଲାନ୍ସ

ଭବାନୀପାଟଣା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ମହୁଲପାଟଣା ଫାଣ୍ଡିର ପୂର୍ବତନ ଏଏସ୍‌ଆଇ ମଳୟ ରଣାଙ୍କ ଭିଜିଲାନ୍ସ କେସ୍ ରଫାଦଫା ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ପିପି ଆଶୁତୋଷ ମିଶ୍ର। ଶ୍ରୀ ମିଶ୍ର ଏଏସ୍‌ଆଇଙ୍କ ଠାରୁ ୩ ଲକ୍ଷ ଦାବି କରୁଥିଲେ।

ଶନିବାର ଟିଭି ସେଣ୍ଟରପଡ଼ା ବାସଗୃହରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢ଼ଉ କରି ୧ଲକ୍ଷ ଟଙ୍କା ସହ ଶ୍ରୀ ମିଶ୍ରଙ୍କୁ କାବୁ କରି ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟରେ ପଚରାଉଚରା ଜାରି ରହିଛି। ଏହି ସ୍ୱତନ୍ତ୍ର ଟିମ୍‌ରେ ଅତିରିକ୍ତ ଭିଜିଲାନ୍ସ ଏସ୍‌ପି ପ୍ରକାଶ କୁମାର ନାୟକ, ଡିଏସ୍‌ପି ପ୍ରଦୀପ ପ୍ରଧାନ, ପି.କେ ଦ୍ୱିବେଦୀ ଓ ସୁଶାନ୍ତ ବିଶ୍ୱାସ ସାମିଲ ହୋଇ ତଦନ୍ତ ଜାରି ରଖିଛନ୍ତି।